written by | October 11, 2021

ଭତ୍ସପ୍ପ ମାର୍କେଟିଙ୍ଗ

×

Table of Content


 “WhatsApp” Appରେ ବ୍ୟବସାୟ କେମିତି କରିବେ ?

   ବର୍ତ୍ତମାନ ସମୟରେ WhatsApp ସମସ୍ତଙ୍କ ପାଇଁ ବହୁ ଜରୁରୀ ହେଇପଡିଛି | ଏଥିରେ  ଫ୍ୟାମିଲି ଗୃପ, ଫ୍ରେଣ୍ଡ୍ସ ଗୃପ ଅନେକ କିଛି Personal Information ଥାଏ | ଯଦ୍ୱାରା ଆପଣ ଆପଣଙ୍କ ବନ୍ଧୁପରିଜନଙ୍କ ସହ ଚାଟିଙ୍ଗ, ଭିଡିଓ କଲ କରିପାରିଥାନ୍ତି | କିନ୍ତୁ ଏହି Platformରେ  ବ୍ୟକ୍ତିଗତ ଆମୋଦ-ପ୍ରମୋଦ ମଧ୍ୟରେ ଉଦ୍ୟୋଗପତି ନିଜ Business ପାଇଁ ଏକ Professional Business Image ନିଜ ଗ୍ରାହକଙ୍କ ଠାରେ ରଖିପାରି ନଥାନ୍ତି | ତେଣୁ ଏହାର  ସମାଧାନ ପାଇଁ WhatsApp 2019ରେ ଏକ App ଲଞ୍ଚ କରିଛି ଏବଂ ଏହାର ନାମ WhatsApp Business App ଅଟେ | ଏହି Appର ବ୍ୟବହାର କରି ଆପଣ ଆପଣଙ୍କ ବ୍ୟବସାୟକୁ E-commerce Sectorରେ ବଢାଇ ପାରିବେ | ଯାହା ଦ୍ୱାରା ଆପଣ ଆପଣଙ୍କ Customer Demand ଓ Querryକୁ ବୁଝି Business କରି ଲାଭବାନ ହେଇପାରିବେ | ଏହା ଆପଣଙ୍କ ବ୍ୟବସାୟକୁ ସଫଳତାର ଶିଖରକୁ ନେବାରେ ସହାୟକ ହେଇପାରିବ |

  WhatsApp Business App ପାଇଁ ଆଜିକାଲି ବ୍ୟବସାୟ କ୍ଷେତ୍ରର ଉତ୍ଥାନ ହେଇଛି | ସମୟ ସହ ବ୍ୟବସାୟ କରିବାର ପ୍ରଣାଳୀ ବଦଳି ଯାଇଛି | ସହର ଓ ଗାଁର ହାଟ ବଜାରରେ ଥିବା ଦୋକାନ ମାଲିକ ବ୍ୟବସାୟୀମାନେ ଏବେ WhatsApp Marketing/Digital Marketing କୁ ଗୁରୁତ୍ୱ ଦେଉଛନ୍ତି | ଅନଲାଇନ ବ୍ୟବସାୟୀକରଣ(Digital Marketing) କ୍ଷେତ୍ରରେ ଉଦ୍ୟୋଗପତି(Entreprenure) ମାନେ ବହୁ ଲାଭବାନ ହେଇପାରିଛନ୍ତି | ଯେଉଁ କ୍ଷୁଦ୍ର ବ୍ୟବସାୟୀ ମାନେ ଅର୍ଥର ଅଭାବରୁ ନିଜ ବ୍ୟବସାୟ ଆରମ୍ଭ କରିପାରୁନଥିଲେ | ନିଜର ବ୍ୟବସାୟ ପାଇଁ ପ୍ରଚାର କରିବା ଗୋଟିଏ ସମୟରେ କଷ୍ଟକର ହେଉଥିଲା ତାହା ଆଜି ଡିଜିଟାଲ ମାର୍କେଟିଂ ପାଇଁ ସହଜ ଓ ସମୟ ସାପେକ୍ଷ ହେଇପାରିଛି | ଯଦି ଆପଣ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଆଉ ଡେରି ନକରି WhatsApp Business App ଜରିଆରେ ନିଜର ସ୍ବପ୍ନକୁ ସାକାର କରିପାରିବେ |

ଆଜିକାଲି ଲୋକଙ୍କ ପାଖରେ ସମୟ କମ | ଅଳ୍ପ ସମୟରେ ଯେମିତି କାମ ହେଉଥିବ ତାହା ତାଙ୍କ ପାଇଁ ଉତ୍ତମ | ଖରା ବର୍ଷାରେ ବାହାରକୁ ଯାଇ କିଣାକିଣି କରିବା ପାଇଁ କାହା ପାଖରେ ସମୟ ନାହିଁ | ଦୋକାନକୁ ଯାଇ ଦିନସାରା ବଜାରରେ ବୁଲିବୁଲି କିଣିବାକୁ ଆଉ ଲୋକେ ପସନ୍ଦ କରୁ ନାହାନ୍ତି | ଲୋକେ ଚାହୁଁଛନ୍ତି ଅନଲାଇନ ସୁବିଧା | ଘର ସାମ୍ନାରେ ଆସି ଆବଶ୍ୟକୀୟ ଜିନିଷ କେହି ଜଣେ ଦେଇ ଯାଆନ୍ତା | ତେଣୁ ଗ୍ରାହକଙ୍କ ସୁବିଧା ଓ ଚାହିଦା ଅନୁଯାୟୀ  ଅନଲାଇନ ଶପିଂ ସେବା ଆରମ୍ଭ ହେଲାଣି | Online Shopping ଗ୍ରାହକ ମାନଙ୍କ ମନକୁ ବେସ ଛୁଇଁପାରିଛି  | ସ୍ମାର୍ଟ ଫୋନ ଯୋଗେ ଘରେ ବସି ନିଜ ମନପସନ୍ଦର ଜିନିଷ ଦେଖି ନିରେଖି କିଣିପାରୁଛନ୍ତି | WhatsApp Marketting ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ କିଣାବିକାର ନୂଆ ପଥ ଆବିଷ୍କାର କରିଛି |

ଆସନ୍ତୁ ଜାଣିବା WhatsApp Markettingର ଉପକାରିତା 

ଯେକୌଣସି ପ୍ରକାର ବ୍ୟବସାୟ ପାଇଁ ମୁଖ୍ୟତଃ ଗ୍ରାହକ ଆବଶ୍ୟକ | WhatsApp Business App ରେ କେବଳ ସ୍ଥାନୀୟ ଗ୍ରାହକ ନୁହେଁ ଅନ୍ତର୍ଜାତୀୟ ସ୍ତରରେ  ଗ୍ରାହକଙ୍କ ସହ ବ୍ୟବସାୟ କରାଯାଇପାରିବ | ଏହା ଦ୍ୱାରା ଗ୍ରାହକ ମାନଙ୍କୁ Product ବିଷୟରେ ଏହାର ବ୍ୟବହାର କରିବା ପ୍ରଣାଳୀ, ମୂଲ୍ୟ, ଉପକାରିତା ଆଦି ବିଷୟରେ ଜଣାଯାଇପାରିବ | ଗ୍ରାହକର ଆବଶ୍ୟକତା ଅନୁଯାୟୀ ତାଙ୍କ ମନ ପସନ୍ଦ ଜିନିଷ ମିଳିପାରିବ | ଯଦି କିଛି ଅସୁବିଧା ଥାଏ ତେବେ ଗ୍ରାହକଙ୍କ ସମସ୍ୟାକୁ ସିଧାସଳଖ ସମାଧାନ କରିପାରିବେ | 

WhatsApp Business App ର ବ୍ୟବହାର

   WhatsApp Business App କୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଏହି App କୁ Instal କରିବାକୁ ପଡିବ | ଯଦି ଆପଣ Android Mobile ବ୍ୟବହାର କରନ୍ତି ତାହେଲେ Play Storeରୁ Install କରିପାରିବେ କିମ୍ବା ଯଦି ଆପଣ Apple Mobile ବ୍ୟବହାର କରନ୍ତି ତେବେ Apple Store ରୁ ଏହାକୁ ନିଜ ମୋବାଇଲ ଫୋନରେ Install କରିପାରିବେ | ତେବେ ଏହି App ରେ ଆପଣଙ୍କ Business ପାଇଁ ବ୍ୟବହୃତ ହେଉଥିବା ମୋବାଇଲ ନମ୍ବର କିମ୍ବା, ଆପଣ ଯଦି ଚାହିଁବେ ଆପଣଙ୍କ Landline Number କିମ୍ବା ନିଜ ଅଫିସ ନମ୍ବର ମଧ୍ୟ ବ୍ୟବହାର କରିପାରିବେ |

ଏହି ଆର୍ଟିକିଲ ମାଧ୍ୟମରେ ଆପଣ ଜାଣିପାରିବେ

  •         WhatsApp Business App ରେ କିପରି Profile Setting କରାଯାଏ ?
  •         Label କୁ କିପରି Organize କରିପାରିବେ ?
  •         ସମୟ ସ୍ୱାବଲମ୍ବୀ ହେଇ ନିଜ ଗ୍ରାହକଙ୍କୁ Quick Reply ଦେଇ ପାରିବେ |
  •         Auto Message ର କିପରି ବ୍ୟବହାର କରାଯାଏ ?
  •         Message Statistic କିପରି ବ୍ୟବହାର କରିବେ ?

ଏହି App ରେ ଥିବା ବିଭିନ୍ନ Features ଗୁଡିକର ବ୍ୟବହାର ବିଷୟରେ ତାହେଲେ ଆସନ୍ତୁ ଜାଣିନେବା |

  •         ଏହି App କୁ Install କରିବା ପରେ ନିଜ Profile Setting କରିବାକୁ ପଡିଥାଏ | Profile Settingରେ ଯେପରିକି ନିଜ Photo ବା Business Logo କରିପାରିବେ | ନିଜ ବିଜନେସ ଅନୁଯାୟୀ ନାଁ ରଖିପାରିବେ | ନିଜ Office Address, ଅଫିସ ସମୟ ଆଦି ସେଟିଙ୍ଗ କରିପାରିବେ | 
  •         ଏହି Appରେ ଆପଣ Labels Create କରିପାରିବେ ଯଦ୍ୱାରା ଆପଣ ବିଭିନ୍ନ Labels ରେ ଆବଶ୍ୟକତା ଅନୁଯାୟୀ ଗ୍ରାହକଙ୍କ ସହ କଥା ହେଇପାରିବେ | ଅର୍ଥାତ ନିଜ Charting ବିଭାଗୀୟକରଣ କରିପାରିବେ | ଉଦାହରଣ:- New Customer, Paid, Pending Payment, Need To Followup, Interested Customer ପରି ଲେବେଲ କ୍ରିଏଟ କରି ଗ୍ରାହକଙ୍କ ସହ ଅତି ସହଜରେ କଥା ହେଇ ପାରିବେ |
  •         Quick Reply ରେ ଗ୍ରାହକଙ୍କ ଠାରୁ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ଯେପରି ଜିନିଷର ମୂଲ୍ୟ କେତେ, ଆପଣଙ୍କ ଅଫିସ କେଉଁଠି ଅଛି ଏପରି କେତେକ ପ୍ରଶ୍ନର ଉତ୍ତର ଆପଣଙ୍କୁ ବାରମ୍ବାର ଦେବାକୁ ପଡିଥାଏ | ସେଥିପାଇଁ ଏହି Featureରେ ଆପଣ ଥରେ Message Setting କରିଦେଲେ ତାହା ଆପଣଙ୍କୁ ବାରମ୍ବାର Type କରିବାକୁ ପଡ଼ିନଥାଏ | ଯେଉଁଥିପାଇଁ ଆପଣଙ୍କ ସମୟ ମଧ୍ୟ ବଞ୍ଚିଥାଏ | ଏବଂ ଗ୍ରାହକଙ୍କୁ ସେହି ସମୟରେ ଆପେ ଆପେ ତାଙ୍କ ପ୍ରଶ୍ନର ଉତ୍ତର ମିଳିଥାଏ |
  •         Auto Messages ରେ ଯଦି ଆପଣଙ୍କ ଅଫିସ ୱର୍କିଙ୍ଗ ସମୟ ପରେ ମେସେଜ ଆସୁଥିଲେ ତାର ଉତ୍ତର ପାଇଁ ଆପଣ ମେସେଜ ସେଟିଙ୍ଗ କରି ଅଟୋ ମେସେଜର ବ୍ୟବହାର କରିପାରିବେ |
  •         Statisticରେ ନିଜ ବ୍ୟବସାୟକୁ ବଢ଼ାନ୍ତୁ | ଏହି Feature ସାହାଯ୍ୟରେ ଆପଣ ସବିଶେଷ ତଥ୍ୟ ଜାଣିପାରିବେ | ଯେପରି ଆପଣଙ୍କ ମେସେଜ କେତେ ଜଣ ଦେଖିଛନ୍ତି, କେତେ ଜଣ ଗ୍ରାହକ ଏହି ମେସେଜକୁ ପଢ଼ିଛନ୍ତି, କେତେଜଣଙ୍କୁ ଆପଣ ମେସେଜ କରିଛନ୍ତି |

ବ୍ୟବସାୟର ସଫଳତାର ଚାବିକାଠି ହେଉଛନ୍ତି ଗ୍ରାହକ ଓ ମାର୍କେଟ ଚାହିଦା | ଯଦି ଆପଣ ଏହି ଦୁଇଟି ଦିଗକୁ ଧ୍ୟାନ ଦେଇ WhatsApp Marketing ବ୍ୟବହାର କରିବେ ଆପଣଙ୍କୁ ବ୍ୟବସାୟରେ ସଫଳତା ନିଶ୍ଚୟ ମିଳିବ | ଆଜିର ସମୟରେ ଯେଉଁଠି କୋରୋନା ମହାମାରୀ ଅନେକ ଲୋକଙ୍କ ଜୀବନ ଜୀବିକା ତାଙ୍କଠାରୁ ଛଡ଼ାଇ ନେଇଛି ସେଠି ଲୋକଙ୍କୁ ନୂଆ ଆଶାର ଆଲୋକ ଦେଇଛି WhatsApp Marketing | ବିକ୍ରେତା ଓ କ୍ରେତା ମଧ୍ୟରେ ଅନଲାଇନ କିଣାବିକା ଏପରି ସଙ୍କଟ ସମୟରେ ସହାୟକ ହେଇପାରିଛି | 

  ଆଜିର ଆଧୁନିକ ଯୁଗରେ ମାର୍କେଟିଙ୍ଗର ବିଜ୍ଞାପନ ପାଇଁ ଏକ ମୁଖ୍ୟ କ୍ଷେତ୍ର ହେଉଛି | ଏବଂ ଗ୍ରାହକଙ୍କ ଯୋଗଦାନ ପାଇଁ ସାହାଯ୍ୟ ଯାହା କୌଣସି ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ | ଏହି WhatsApp Mrketing ମାଧ୍ୟମରେ ବ୍ୟବସାୟୀ ପ୍ରତିନିଧି ଏବଂ ଗ୍ରାହକଙ୍କ ମଧ୍ୟରେ ସିଧାସଳଖ ଭାବେ ଯୋଗାଯୋଗ କରିପାରିଥାନ୍ତି | ଅଳ୍ପ ସମୟ ମଧ୍ୟରେ ଗ୍ରାହକଙ୍କ ପକ୍ଷରୁ ପଚରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଦିଆଯାଇପାରେ | ସ୍ମାର୍ଟଫୋନର ବ୍ୟବହାର ବଢ଼ୁଥିବାରୁ ବ୍ୟବସାୟର ନେତୃତ୍ୱ ପାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ମାଧ୍ୟମ ଅଟେ | ମାର୍କେଟିଂ ମଧ୍ୟ କମ୍ପାନୀର ରୋମାଞ୍ଚକର ଭିଡିଓ କରି ଏହାକୁ ସୋସିଆଲ ସାଇଟରେ ଆକର୍ଷଣୀୟ ମାର୍କେଟିଂ ପାଇଁ ସୁବିଧା ରହିଛି |

   ବ୍ୟବସାୟର ମାର୍କେଟିଂ ସର୍ଭେ ଉଦ୍ଦେଶ୍ୟରେ ଆପ ବ୍ୟବହାର କରାଯାଇପାଇବ ଯାହା ସର୍ବୋତ୍ତମ ଏବଂ ଅପରିହାର୍ଯ୍ୟ କାରକ ଭାବରେ ବିବେଚନା କରାଯାଏ | ସର୍ବେକ୍ଷଣର ଫଳାଫଳକୁ ଦେଖି ଭବିଷ୍ୟତର  ବଜାର ଅଭିଯାନ ପାଇଁ ବ୍ୟବସାୟ ରଣନୀତି ସେହି ଅନୁସାରେ ପରିବର୍ତ୍ତନ କରାଯାଇପାରିବ |

   ଯେକୌଣସି WhatsApp Business App ଉପଭୋକ୍ତା ଅବସ୍ଥାନକୁ ଖାତିର ନକରି ସଂଯୋଗ ହୋଇପାରିବ ଏବଂ ବଲ୍କ WhatsApp ମାର୍କେଟିଂ ସଫ୍ଟୱେର ମାଧ୍ୟମରେ ଏହା ସମ୍ଭବ ଅଟେ | ତେଣୁ ଯଦି ଜଣେ ଉପଭୋକ୍ତା ସେମନଙ୍କର ଅବଶ୍ୟକୀୟ ଉତ୍ପାଦ ଉପରେ ଏକ ବାର୍ତ୍ତା ପାଆନ୍ତା, ତେବେ ଉପଭୋକ୍ତାଙ୍କୁ ଗ୍ରାହକଙ୍କ ଆଡକୁ ଫେରାଇବାର ଏକ ସ୍ପଷ୍ଟ ସୁଯୋଗ ଅଛି |

ଏହି ଆର୍ଟିକଲରୁ ଆପଣ ଜାଣିପାରିଥିବେ ଯେ ନିଜ ବ୍ୟବସାୟରେ WhatsApp ର ବ୍ୟବହାର କିପରି କରିପାରିବେ ଏବଂ ଏହାର ବିଭିନ୍ନ ଉପଯୋଗୀତା | ଏହା ଆପଣଙ୍କ ବ୍ୟବସାୟର ପ୍ରସାର ଓ ଉନ୍ନତିରେ ବିଭିନ୍ନ ଭାବେ ସହାୟକ ହେଇପାରିବ | ତେବେ ଏହି ଆପ ବ୍ୟବହାର କରନ୍ତୁ ଓ ନିଜ ବ୍ୟବସାୟକୁ ସଫଳତାର ଶିଖରକୁ ନିଅନ୍ତୁ |

 

ପ୍ରତ୍ୟାଖ୍ୟାନ :
ଏହି ୱେବସାଇଟରେ ପ୍ରଦାନ କରାଯାଇଥିବା ସୂଚନା, ପ୍ରୋଡକ୍ଟ ଏବଂ ସେବାଗୁଡିକ କୌଣସି ୱାରେଣ୍ଟି କିମ୍ୱା ପ୍ରତିନିଧିତ୍ୱ, ଏକ୍ସପ୍ରେସ୍ କିମ୍ୱା ଅନ୍ତର୍ନିହିତ ବିନା ଏକ ""ଯେପରି"" ଏବଂ ""ଉପଲବ୍ଧ"" ଆଧାରରେ ପ୍ରଦାନ କରାଯାଏ । Khatabook ବ୍ଲଗ୍ କେବଳ ଆର୍ଥିକ ପ୍ରୋଡକ୍ଟ ଏବଂ ସେବାର ଶିକ୍ଷାଗତ ଆଲୋଚନା ପାଇଁ ଉଦ୍ଦିଷ୍ଟ । Khatabook ଏକ ଗ୍ୟାରେଣ୍ଟି ଦିଏ ନାହିଁ ଯେ ସେବା ଆପଣଙ୍କ ଆବଶ୍ୟକତା ପୂରଣ କରିବ, କିମ୍ବା ଏହା ନିରବଚ୍ଛିନ୍ନ, ସମୟୋଚିତ ଏବଂ ସୁରକ୍ଷିତ ହେବ, ଏବଂ ତ୍ରୁଟିଗୁଡିକ, ଯଦି ଥାଏ, ସଂଶୋଧନ ହେବ । ଏଠାରେ ଥିବା ସାମଗ୍ରୀ ଏବଂ ସୂଚନା କେବଳ ସାଧାରଣ ସୂଚନା ଉଦ୍ଦେଶ୍ୟରେ ଅଟେ । କୌଣସି ଆଇନଗତ, ଆର୍ଥିକ କିମ୍ବା ବ୍ୟବସାୟିକ ନିଷ୍ପତ୍ତି ନେବା ପାଇଁ ସୂଚନା ଉପରେ ନିର୍ଭର କରିବା ପୂର୍ବରୁ ଜଣେ ବୃତ୍ତିଗତଙ୍କ ସହ ପରାମର୍ଶ କରନ୍ତୁ । ଏହି ସୂଚନାକୁ ଆପଣଙ୍କ ନିଜ ରିସ୍କ ହିସାବରେ ବ୍ୟବହାର କରନ୍ତୁ। ୱେବସାଇଟରେ ଉପସ୍ଥିତ କୌଣସି ମିଥ୍ୟା, ଭୁଲ୍ କିମ୍ବା ଅସମ୍ପୂର୍ଣ୍ଣ ସୂଚନା ପାଇଁ Khatabook ଦାୟୀ ହେବ ନାହିଁ । ଯଦିଓ ଏହି ୱେବସାଇଟରେ ଅନ୍ତର୍ଭୁକ୍ତ ସୂଚନା ଅପଡେଟ୍, ପ୍ରାସଙ୍ଗିକ ଏବଂ ସଠିକ୍ ନିଶ୍ଚିତ କରିବାକୁ ସମସ୍ତ ପ୍ରୟାସ କରାଯାଏ, Khatabook ୱେବସାଇଟରେ କୌଣସି ଉଦ୍ଦେଶ୍ୟ ପାଇଁ ଅନ୍ତର୍ଭୁକ୍ତ ସୂଚନା, ପ୍ରୋଡକ୍ଟ, ସେବା କିମ୍ୱା ସମ୍ବନ୍ଧୀୟ ଗ୍ରାଫିକ୍ସ ସମ୍ବନ୍ଧରେ ସମ୍ପୂର୍ଣ୍ଣତା, ବିଶ୍ୱସନୀୟତା, ସଠିକତା, ଉପଯୁକ୍ତତା କିମ୍ୱା ଉପଲବ୍ଧତା ବିଷୟରେ କୌଣସି ଗ୍ୟାରେଣ୍ଟି ଦିଏ ନାହିଁ । କୌଣସି ବୈଷୟିକ ସମସ୍ୟା ହେତୁ କିମ୍ବା ଅନ୍ୟଥା, ଏହାର ନିୟନ୍ତ୍ରଣ ବାହାରେ ଏବଂ ଏହି ୱେବସାଇଟ୍ ବ୍ୟବହାର କିମ୍ୱା ଆକସେସ୍ କରିବାରେ ଅସମର୍ଥତା ଫଳରେ କୌଣସି କ୍ଷୟ କିମ୍ୱା କ୍ଷତି ପାଇଁ, ୱେବସାଇଟ୍ ଅସ୍ଥାୟୀ ଭାବରେ ଅନୁପଲବ୍ଧ ହେବା ପାଇଁ Khatabook ଦାୟୀ ହେବ ନାହିଁ ।
ପ୍ରତ୍ୟାଖ୍ୟାନ :
ଏହି ୱେବସାଇଟରେ ପ୍ରଦାନ କରାଯାଇଥିବା ସୂଚନା, ପ୍ରୋଡକ୍ଟ ଏବଂ ସେବାଗୁଡିକ କୌଣସି ୱାରେଣ୍ଟି କିମ୍ୱା ପ୍ରତିନିଧିତ୍ୱ, ଏକ୍ସପ୍ରେସ୍ କିମ୍ୱା ଅନ୍ତର୍ନିହିତ ବିନା ଏକ ""ଯେପରି"" ଏବଂ ""ଉପଲବ୍ଧ"" ଆଧାରରେ ପ୍ରଦାନ କରାଯାଏ । Khatabook ବ୍ଲଗ୍ କେବଳ ଆର୍ଥିକ ପ୍ରୋଡକ୍ଟ ଏବଂ ସେବାର ଶିକ୍ଷାଗତ ଆଲୋଚନା ପାଇଁ ଉଦ୍ଦିଷ୍ଟ । Khatabook ଏକ ଗ୍ୟାରେଣ୍ଟି ଦିଏ ନାହିଁ ଯେ ସେବା ଆପଣଙ୍କ ଆବଶ୍ୟକତା ପୂରଣ କରିବ, କିମ୍ବା ଏହା ନିରବଚ୍ଛିନ୍ନ, ସମୟୋଚିତ ଏବଂ ସୁରକ୍ଷିତ ହେବ, ଏବଂ ତ୍ରୁଟିଗୁଡିକ, ଯଦି ଥାଏ, ସଂଶୋଧନ ହେବ । ଏଠାରେ ଥିବା ସାମଗ୍ରୀ ଏବଂ ସୂଚନା କେବଳ ସାଧାରଣ ସୂଚନା ଉଦ୍ଦେଶ୍ୟରେ ଅଟେ । କୌଣସି ଆଇନଗତ, ଆର୍ଥିକ କିମ୍ବା ବ୍ୟବସାୟିକ ନିଷ୍ପତ୍ତି ନେବା ପାଇଁ ସୂଚନା ଉପରେ ନିର୍ଭର କରିବା ପୂର୍ବରୁ ଜଣେ ବୃତ୍ତିଗତଙ୍କ ସହ ପରାମର୍ଶ କରନ୍ତୁ । ଏହି ସୂଚନାକୁ ଆପଣଙ୍କ ନିଜ ରିସ୍କ ହିସାବରେ ବ୍ୟବହାର କରନ୍ତୁ। ୱେବସାଇଟରେ ଉପସ୍ଥିତ କୌଣସି ମିଥ୍ୟା, ଭୁଲ୍ କିମ୍ବା ଅସମ୍ପୂର୍ଣ୍ଣ ସୂଚନା ପାଇଁ Khatabook ଦାୟୀ ହେବ ନାହିଁ । ଯଦିଓ ଏହି ୱେବସାଇଟରେ ଅନ୍ତର୍ଭୁକ୍ତ ସୂଚନା ଅପଡେଟ୍, ପ୍ରାସଙ୍ଗିକ ଏବଂ ସଠିକ୍ ନିଶ୍ଚିତ କରିବାକୁ ସମସ୍ତ ପ୍ରୟାସ କରାଯାଏ, Khatabook ୱେବସାଇଟରେ କୌଣସି ଉଦ୍ଦେଶ୍ୟ ପାଇଁ ଅନ୍ତର୍ଭୁକ୍ତ ସୂଚନା, ପ୍ରୋଡକ୍ଟ, ସେବା କିମ୍ୱା ସମ୍ବନ୍ଧୀୟ ଗ୍ରାଫିକ୍ସ ସମ୍ବନ୍ଧରେ ସମ୍ପୂର୍ଣ୍ଣତା, ବିଶ୍ୱସନୀୟତା, ସଠିକତା, ଉପଯୁକ୍ତତା କିମ୍ୱା ଉପଲବ୍ଧତା ବିଷୟରେ କୌଣସି ଗ୍ୟାରେଣ୍ଟି ଦିଏ ନାହିଁ । କୌଣସି ବୈଷୟିକ ସମସ୍ୟା ହେତୁ କିମ୍ବା ଅନ୍ୟଥା, ଏହାର ନିୟନ୍ତ୍ରଣ ବାହାରେ ଏବଂ ଏହି ୱେବସାଇଟ୍ ବ୍ୟବହାର କିମ୍ୱା ଆକସେସ୍ କରିବାରେ ଅସମର୍ଥତା ଫଳରେ କୌଣସି କ୍ଷୟ କିମ୍ୱା କ୍ଷତି ପାଇଁ, ୱେବସାଇଟ୍ ଅସ୍ଥାୟୀ ଭାବରେ ଅନୁପଲବ୍ଧ ହେବା ପାଇଁ Khatabook ଦାୟୀ ହେବ ନାହିଁ ।