“WhatsApp” Appରେ ବ୍ୟବସାୟ କେମିତି କରିବେ ?
ବର୍ତ୍ତମାନ ସମୟରେ WhatsApp ସମସ୍ତଙ୍କ ପାଇଁ ବହୁ ଜରୁରୀ ହେଇପଡିଛି | ଏଥିରେ ଫ୍ୟାମିଲି ଗୃପ, ଫ୍ରେଣ୍ଡ୍ସ ଗୃପ ଅନେକ କିଛି Personal Information ଥାଏ | ଯଦ୍ୱାରା ଆପଣ ଆପଣଙ୍କ ବନ୍ଧୁପରିଜନଙ୍କ ସହ ଚାଟିଙ୍ଗ, ଭିଡିଓ କଲ କରିପାରିଥାନ୍ତି | କିନ୍ତୁ ଏହି Platformରେ ବ୍ୟକ୍ତିଗତ ଆମୋଦ-ପ୍ରମୋଦ ମଧ୍ୟରେ ଉଦ୍ୟୋଗପତି ନିଜ Business ପାଇଁ ଏକ Professional Business Image ନିଜ ଗ୍ରାହକଙ୍କ ଠାରେ ରଖିପାରି ନଥାନ୍ତି | ତେଣୁ ଏହାର ସମାଧାନ ପାଇଁ WhatsApp 2019ରେ ଏକ App ଲଞ୍ଚ କରିଛି ଏବଂ ଏହାର ନାମ WhatsApp Business App ଅଟେ | ଏହି Appର ବ୍ୟବହାର କରି ଆପଣ ଆପଣଙ୍କ ବ୍ୟବସାୟକୁ E-commerce Sectorରେ ବଢାଇ ପାରିବେ | ଯାହା ଦ୍ୱାରା ଆପଣ ଆପଣଙ୍କ Customer Demand ଓ Querryକୁ ବୁଝି Business କରି ଲାଭବାନ ହେଇପାରିବେ | ଏହା ଆପଣଙ୍କ ବ୍ୟବସାୟକୁ ସଫଳତାର ଶିଖରକୁ ନେବାରେ ସହାୟକ ହେଇପାରିବ |
WhatsApp Business App ପାଇଁ ଆଜିକାଲି ବ୍ୟବସାୟ କ୍ଷେତ୍ରର ଉତ୍ଥାନ ହେଇଛି | ସମୟ ସହ ବ୍ୟବସାୟ କରିବାର ପ୍ରଣାଳୀ ବଦଳି ଯାଇଛି | ସହର ଓ ଗାଁର ହାଟ ବଜାରରେ ଥିବା ଦୋକାନ ମାଲିକ ବ୍ୟବସାୟୀମାନେ ଏବେ WhatsApp Marketing/Digital Marketing କୁ ଗୁରୁତ୍ୱ ଦେଉଛନ୍ତି | ଅନଲାଇନ ବ୍ୟବସାୟୀକରଣ(Digital Marketing) କ୍ଷେତ୍ରରେ ଉଦ୍ୟୋଗପତି(Entreprenure) ମାନେ ବହୁ ଲାଭବାନ ହେଇପାରିଛନ୍ତି | ଯେଉଁ କ୍ଷୁଦ୍ର ବ୍ୟବସାୟୀ ମାନେ ଅର୍ଥର ଅଭାବରୁ ନିଜ ବ୍ୟବସାୟ ଆରମ୍ଭ କରିପାରୁନଥିଲେ | ନିଜର ବ୍ୟବସାୟ ପାଇଁ ପ୍ରଚାର କରିବା ଗୋଟିଏ ସମୟରେ କଷ୍ଟକର ହେଉଥିଲା ତାହା ଆଜି ଡିଜିଟାଲ ମାର୍କେଟିଂ ପାଇଁ ସହଜ ଓ ସମୟ ସାପେକ୍ଷ ହେଇପାରିଛି | ଯଦି ଆପଣ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଆଉ ଡେରି ନକରି WhatsApp Business App ଜରିଆରେ ନିଜର ସ୍ବପ୍ନକୁ ସାକାର କରିପାରିବେ |
ଆଜିକାଲି ଲୋକଙ୍କ ପାଖରେ ସମୟ କମ | ଅଳ୍ପ ସମୟରେ ଯେମିତି କାମ ହେଉଥିବ ତାହା ତାଙ୍କ ପାଇଁ ଉତ୍ତମ | ଖରା ବର୍ଷାରେ ବାହାରକୁ ଯାଇ କିଣାକିଣି କରିବା ପାଇଁ କାହା ପାଖରେ ସମୟ ନାହିଁ | ଦୋକାନକୁ ଯାଇ ଦିନସାରା ବଜାରରେ ବୁଲିବୁଲି କିଣିବାକୁ ଆଉ ଲୋକେ ପସନ୍ଦ କରୁ ନାହାନ୍ତି | ଲୋକେ ଚାହୁଁଛନ୍ତି ଅନଲାଇନ ସୁବିଧା | ଘର ସାମ୍ନାରେ ଆସି ଆବଶ୍ୟକୀୟ ଜିନିଷ କେହି ଜଣେ ଦେଇ ଯାଆନ୍ତା | ତେଣୁ ଗ୍ରାହକଙ୍କ ସୁବିଧା ଓ ଚାହିଦା ଅନୁଯାୟୀ ଅନଲାଇନ ଶପିଂ ସେବା ଆରମ୍ଭ ହେଲାଣି | Online Shopping ଗ୍ରାହକ ମାନଙ୍କ ମନକୁ ବେସ ଛୁଇଁପାରିଛି | ସ୍ମାର୍ଟ ଫୋନ ଯୋଗେ ଘରେ ବସି ନିଜ ମନପସନ୍ଦର ଜିନିଷ ଦେଖି ନିରେଖି କିଣିପାରୁଛନ୍ତି | WhatsApp Marketting ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ କିଣାବିକାର ନୂଆ ପଥ ଆବିଷ୍କାର କରିଛି |
ଆସନ୍ତୁ ଜାଣିବା WhatsApp Markettingର ଉପକାରିତା
ଯେକୌଣସି ପ୍ରକାର ବ୍ୟବସାୟ ପାଇଁ ମୁଖ୍ୟତଃ ଗ୍ରାହକ ଆବଶ୍ୟକ | WhatsApp Business App ରେ କେବଳ ସ୍ଥାନୀୟ ଗ୍ରାହକ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ଗ୍ରାହକଙ୍କ ସହ ବ୍ୟବସାୟ କରାଯାଇପାରିବ | ଏହା ଦ୍ୱାରା ଗ୍ରାହକ ମାନଙ୍କୁ Product ବିଷୟରେ ଏହାର ବ୍ୟବହାର କରିବା ପ୍ରଣାଳୀ, ମୂଲ୍ୟ, ଉପକାରିତା ଆଦି ବିଷୟରେ ଜଣାଯାଇପାରିବ | ଗ୍ରାହକର ଆବଶ୍ୟକତା ଅନୁଯାୟୀ ତାଙ୍କ ମନ ପସନ୍ଦ ଜିନିଷ ମିଳିପାରିବ | ଯଦି କିଛି ଅସୁବିଧା ଥାଏ ତେବେ ଗ୍ରାହକଙ୍କ ସମସ୍ୟାକୁ ସିଧାସଳଖ ସମାଧାନ କରିପାରିବେ |
WhatsApp Business App ର ବ୍ୟବହାର
WhatsApp Business App କୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଏହି App କୁ Instal କରିବାକୁ ପଡିବ | ଯଦି ଆପଣ Android Mobile ବ୍ୟବହାର କରନ୍ତି ତାହେଲେ Play Storeରୁ Install କରିପାରିବେ କିମ୍ବା ଯଦି ଆପଣ Apple Mobile ବ୍ୟବହାର କରନ୍ତି ତେବେ Apple Store ରୁ ଏହାକୁ ନିଜ ମୋବାଇଲ ଫୋନରେ Install କରିପାରିବେ | ତେବେ ଏହି App ରେ ଆପଣଙ୍କ Business ପାଇଁ ବ୍ୟବହୃତ ହେଉଥିବା ମୋବାଇଲ ନମ୍ବର କିମ୍ବା, ଆପଣ ଯଦି ଚାହିଁବେ ଆପଣଙ୍କ Landline Number କିମ୍ବା ନିଜ ଅଫିସ ନମ୍ବର ମଧ୍ୟ ବ୍ୟବହାର କରିପାରିବେ |
ଏହି ଆର୍ଟିକିଲ ମାଧ୍ୟମରେ ଆପଣ ଜାଣିପାରିବେ
- WhatsApp Business App ରେ କିପରି Profile Setting କରାଯାଏ ?
- Label କୁ କିପରି Organize କରିପାରିବେ ?
- ସମୟ ସ୍ୱାବଲମ୍ବୀ ହେଇ ନିଜ ଗ୍ରାହକଙ୍କୁ Quick Reply ଦେଇ ପାରିବେ |
- Auto Message ର କିପରି ବ୍ୟବହାର କରାଯାଏ ?
- Message Statistic କିପରି ବ୍ୟବହାର କରିବେ ?
ଏହି App ରେ ଥିବା ବିଭିନ୍ନ Features ଗୁଡିକର ବ୍ୟବହାର ବିଷୟରେ ତାହେଲେ ଆସନ୍ତୁ ଜାଣିନେବା |
- ଏହି App କୁ Install କରିବା ପରେ ନିଜ Profile Setting କରିବାକୁ ପଡିଥାଏ | Profile Settingରେ ଯେପରିକି ନିଜ Photo ବା Business Logo କରିପାରିବେ | ନିଜ ବିଜନେସ ଅନୁଯାୟୀ ନାଁ ରଖିପାରିବେ | ନିଜ Office Address, ଅଫିସ ସମୟ ଆଦି ସେଟିଙ୍ଗ କରିପାରିବେ |
- ଏହି Appରେ ଆପଣ Labels Create କରିପାରିବେ ଯଦ୍ୱାରା ଆପଣ ବିଭିନ୍ନ Labels ରେ ଆବଶ୍ୟକତା ଅନୁଯାୟୀ ଗ୍ରାହକଙ୍କ ସହ କଥା ହେଇପାରିବେ | ଅର୍ଥାତ ନିଜ Charting ବିଭାଗୀୟକରଣ କରିପାରିବେ | ଉଦାହରଣ:- New Customer, Paid, Pending Payment, Need To Followup, Interested Customer ପରି ଲେବେଲ କ୍ରିଏଟ କରି ଗ୍ରାହକଙ୍କ ସହ ଅତି ସହଜରେ କଥା ହେଇ ପାରିବେ |
- Quick Reply ରେ ଗ୍ରାହକଙ୍କ ଠାରୁ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ଯେପରି ଜିନିଷର ମୂଲ୍ୟ କେତେ, ଆପଣଙ୍କ ଅଫିସ କେଉଁଠି ଅଛି ଏପରି କେତେକ ପ୍ରଶ୍ନର ଉତ୍ତର ଆପଣଙ୍କୁ ବାରମ୍ବାର ଦେବାକୁ ପଡିଥାଏ | ସେଥିପାଇଁ ଏହି Featureରେ ଆପଣ ଥରେ Message Setting କରିଦେଲେ ତାହା ଆପଣଙ୍କୁ ବାରମ୍ବାର Type କରିବାକୁ ପଡ଼ିନଥାଏ | ଯେଉଁଥିପାଇଁ ଆପଣଙ୍କ ସମୟ ମଧ୍ୟ ବଞ୍ଚିଥାଏ | ଏବଂ ଗ୍ରାହକଙ୍କୁ ସେହି ସମୟରେ ଆପେ ଆପେ ତାଙ୍କ ପ୍ରଶ୍ନର ଉତ୍ତର ମିଳିଥାଏ |
- Auto Messages ରେ ଯଦି ଆପଣଙ୍କ ଅଫିସ ୱର୍କିଙ୍ଗ ସମୟ ପରେ ମେସେଜ ଆସୁଥିଲେ ତାର ଉତ୍ତର ପାଇଁ ଆପଣ ମେସେଜ ସେଟିଙ୍ଗ କରି ଅଟୋ ମେସେଜର ବ୍ୟବହାର କରିପାରିବେ |
- Statisticରେ ନିଜ ବ୍ୟବସାୟକୁ ବଢ଼ାନ୍ତୁ | ଏହି Feature ସାହାଯ୍ୟରେ ଆପଣ ସବିଶେଷ ତଥ୍ୟ ଜାଣିପାରିବେ | ଯେପରି ଆପଣଙ୍କ ମେସେଜ କେତେ ଜଣ ଦେଖିଛନ୍ତି, କେତେ ଜଣ ଗ୍ରାହକ ଏହି ମେସେଜକୁ ପଢ଼ିଛନ୍ତି, କେତେଜଣଙ୍କୁ ଆପଣ ମେସେଜ କରିଛନ୍ତି |
ବ୍ୟବସାୟର ସଫଳତାର ଚାବିକାଠି ହେଉଛନ୍ତି ଗ୍ରାହକ ଓ ମାର୍କେଟ ଚାହିଦା | ଯଦି ଆପଣ ଏହି ଦୁଇଟି ଦିଗକୁ ଧ୍ୟାନ ଦେଇ WhatsApp Marketing ବ୍ୟବହାର କରିବେ ଆପଣଙ୍କୁ ବ୍ୟବସାୟରେ ସଫଳତା ନିଶ୍ଚୟ ମିଳିବ | ଆଜିର ସମୟରେ ଯେଉଁଠି କୋରୋନା ମହାମାରୀ ଅନେକ ଲୋକଙ୍କ ଜୀବନ ଜୀବିକା ତାଙ୍କଠାରୁ ଛଡ଼ାଇ ନେଇଛି ସେଠି ଲୋକଙ୍କୁ ନୂଆ ଆଶାର ଆଲୋକ ଦେଇଛି WhatsApp Marketing | ବିକ୍ରେତା ଓ କ୍ରେତା ମଧ୍ୟରେ ଅନଲାଇନ କିଣାବିକା ଏପରି ସଙ୍କଟ ସମୟରେ ସହାୟକ ହେଇପାରିଛି |
ଆଜିର ଆଧୁନିକ ଯୁଗରେ ମାର୍କେଟିଙ୍ଗର ବିଜ୍ଞାପନ ପାଇଁ ଏକ ମୁଖ୍ୟ କ୍ଷେତ୍ର ହେଉଛି | ଏବଂ ଗ୍ରାହକଙ୍କ ଯୋଗଦାନ ପାଇଁ ସାହାଯ୍ୟ ଯାହା କୌଣସି ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ | ଏହି WhatsApp Mrketing ମାଧ୍ୟମରେ ବ୍ୟବସାୟୀ ପ୍ରତିନିଧି ଏବଂ ଗ୍ରାହକଙ୍କ ମଧ୍ୟରେ ସିଧାସଳଖ ଭାବେ ଯୋଗାଯୋଗ କରିପାରିଥାନ୍ତି | ଅଳ୍ପ ସମୟ ମଧ୍ୟରେ ଗ୍ରାହକଙ୍କ ପକ୍ଷରୁ ପଚରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଦିଆଯାଇପାରେ | ସ୍ମାର୍ଟଫୋନର ବ୍ୟବହାର ବଢ଼ୁଥିବାରୁ ବ୍ୟବସାୟର ନେତୃତ୍ୱ ପାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ମାଧ୍ୟମ ଅଟେ | ମାର୍କେଟିଂ ମଧ୍ୟ କମ୍ପାନୀର ରୋମାଞ୍ଚକର ଭିଡିଓ କରି ଏହାକୁ ସୋସିଆଲ ସାଇଟରେ ଆକର୍ଷଣୀୟ ମାର୍କେଟିଂ ପାଇଁ ସୁବିଧା ରହିଛି |
ବ୍ୟବସାୟର ମାର୍କେଟିଂ ସର୍ଭେ ଉଦ୍ଦେଶ୍ୟରେ ଆପ ବ୍ୟବହାର କରାଯାଇପାଇବ ଯାହା ସର୍ବୋତ୍ତମ ଏବଂ ଅପରିହାର୍ଯ୍ୟ କାରକ ଭାବରେ ବିବେଚନା କରାଯାଏ | ସର୍ବେକ୍ଷଣର ଫଳାଫଳକୁ ଦେଖି ଭବିଷ୍ୟତର ବଜାର ଅଭିଯାନ ପାଇଁ ବ୍ୟବସାୟ ରଣନୀତି ସେହି ଅନୁସାରେ ପରିବର୍ତ୍ତନ କରାଯାଇପାରିବ |
ଯେକୌଣସି WhatsApp Business App ଉପଭୋକ୍ତା ଅବସ୍ଥାନକୁ ଖାତିର ନକରି ସଂଯୋଗ ହୋଇପାରିବ ଏବଂ ବଲ୍କ WhatsApp ମାର୍କେଟିଂ ସଫ୍ଟୱେର ମାଧ୍ୟମରେ ଏହା ସମ୍ଭବ ଅଟେ | ତେଣୁ ଯଦି ଜଣେ ଉପଭୋକ୍ତା ସେମନଙ୍କର ଅବଶ୍ୟକୀୟ ଉତ୍ପାଦ ଉପରେ ଏକ ବାର୍ତ୍ତା ପାଆନ୍ତା, ତେବେ ଉପଭୋକ୍ତାଙ୍କୁ ଗ୍ରାହକଙ୍କ ଆଡକୁ ଫେରାଇବାର ଏକ ସ୍ପଷ୍ଟ ସୁଯୋଗ ଅଛି |
ଏହି ଆର୍ଟିକଲରୁ ଆପଣ ଜାଣିପାରିଥିବେ ଯେ ନିଜ ବ୍ୟବସାୟରେ WhatsApp ର ବ୍ୟବହାର କିପରି କରିପାରିବେ ଏବଂ ଏହାର ବିଭିନ୍ନ ଉପଯୋଗୀତା | ଏହା ଆପଣଙ୍କ ବ୍ୟବସାୟର ପ୍ରସାର ଓ ଉନ୍ନତିରେ ବିଭିନ୍ନ ଭାବେ ସହାୟକ ହେଇପାରିବ | ତେବେ ଏହି ଆପ ବ୍ୟବହାର କରନ୍ତୁ ଓ ନିଜ ବ୍ୟବସାୟକୁ ସଫଳତାର ଶିଖରକୁ ନିଅନ୍ତୁ |